ଆଜି ୨୨ ମସିହାର ୨୩ ତାରିଖ
୨୩ ମସିହା ଆରମ୍ଭ ଆଉ ମାତ୍ର ୮ ଦିନର ଅପେକ୍ଷା। ୨୦୨୨ ମସିହାକୁ ବିଦାୟ ଦେଇ ୨୦୨୩ ମସିହାକୁ ସ୍ଵାଗତ କରିବା ପାଇଁ ସମସ୍ତେ ଉତ୍କଣ୍ଠିତ। ସେହି ସମୟରେ ଏକ ଛୋଟ କଥା ବାରମ୍ବାର ମନକୁ ଆନ୍ଦୋଳିତ କରେ ଯେ ବିଗତ ବର୍ଷରେ ଆମର ଉପଲବ୍ଧି କ'ଣ ଓ କି ଶିକ୍ଷା ଲାଭ କରିଛେ ଯାହା ଆମକୁ ଆସନ୍ତା ବର୍ଷ ସହାୟକ ହେବ?
ଜୀବନରେ କିଛି କରିବାକୁ ହେଲେ ଏକ ବାସ୍ତବବାଦୀ ଯୋଜନା ଦରକାର କିନ୍ତୁ ଯୋଜନାର ଆଧାର କ'ଣ? କ'ଣ ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ? ଆଜି ଯାଏଁ କ'ଣ ଆମେ ଯୋଜନା କରି ବଞ୍ଚିଛୁ? ଯଦି ନୁହେଁ ତ ଆଜି କାହିଁକି? ଏକ ସୁସମନୋୟ ଯୋଜନା ଏଥିପାଇଁ ଦରକାର ଯେତେବେଳେ ନିଜେ ନିଜ ବୟସ, ପରିବାର, ବୃତ୍ତି, ରୋଜଗାର, ଖର୍ଚ୍ଚ ଓ ବର୍ତ୍ତମାନର ଜୀବନ ଶୈଳୀକୁ ଏକ ସମତୁଲ ଦୃଷ୍ଟିରେ ବିଚାର କର ତେବେ ଅନୁଭବ ହେବ ଦୁନିଆ ବୁହୁ ଆଗରେ ଆଗେଇ ଚାଲିଛି। ଦୁନିଆର ବିକାଶ କାହା ପାଇଁ ଅପେକ୍ଷା ନକରି ଦୃତ ଗତିରେ ଆଗେଇ ଚାଲିଛି। ନିଜ ପଡୋଶୀ, ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ, ଦେଶ ଓ ବିଦେଶର ଏକ ତୁଳନା କଲେ ଜାଣିପାରିବ ଆମର ବ୍ୟକ୍ତିଗତ ବିକାଶ ଓ ପଲ୍ଲୀ ରୁ ଦେଶର ସାମୁହିକ ବିକାଶ କେତେ ହେଇଛି?
ଜୀବନରେ ନିଜ ବୁଦ୍ଧି, ବିଦ୍ୟା, ବଳ ଅନୁସାରେ କିଛି ଭଲ କରିବା ପାଇଁ ଯୋଜନା ନିହାତି ଆବଶ୍ୟକ। ଏକ ବଡ଼ ସ୍ଵପ୍ନ ଏକ ଭଲ ଯୋଜନା ପାଇଁ ପଥ ଦେଖାଏ।
ଯେତେ ବଡ଼ ସ୍ଵପ୍ନ ଦେଖିବ ଜ୍ଞାନ କୋଷ ଖୋଲିବ.. ଜ୍ଞାନ କୋଷ ଖୋଲିଲେ ମନ ଆନ୍ଦୋଳିତ ହେବ.. ମନ ଆନ୍ଦୋଳିତ ହେଲେ ପ୍ରେରଣା ଖୋଜିବ.. ପ୍ରେରଣା ମିଳିଲେ ବଡ଼ କାମ କରିବାକୁ ଇଛା ହେବ.. ବଡ଼ କାମ କରିବା ପାଇଁ ସବୁବେଳେ ସବୁବେଳେ ସୋପାନ ପରେ ସୋପାନ ଛୋଟ କାମକୁ ମନ, ପ୍ରାଣ, ଲୁହ, ଲହୁ (ଝାଳ) ଓ ଅତି ଶ୍ରଦ୍ଧାର ସହିତ କଠିନ ପରିଶ୍ରମ କରି ହାସଲ କରାଯାଏ। ଏହି ଭଳି ଦୃଢ଼ ଇଚ୍ଛାଶକ୍ତି ଓ ମାନସିକତା ରଖି କର୍ତ୍ତବ୍ୟ ପଥରେ ପ୍ରବଳ ଅଭ୍ୟାସର ସହ ଆଗେଇ ଚାଲିଲେ ଓ ମନ ଭାରାକ୍ରାନ୍ତ ହେଇ ଥକି ପଡି ଜଣେ ଗୁରୁ ଖୋଜିଲେ ବା ବିନା କାହାର ସାହାଯ୍ୟରେ କାମ କରି ଚାଲିଲେ ନିଶ୍ଚିତ ସେହି ପରିଶ୍ରମର ଚଲାପଥ ଜଣେ ଉପଯୁକ୍ତ ଗୁରୁ ମିଳିଯାଆନ୍ତି ଯାହାଙ୍କ ନୈତିକ, ଆର୍ଥିକ ଓ ଲୋକ ବଳ ଜୀବନର ଲକ୍ଷ୍ୟପଥକୁ ସହଜ କରିଦିଏ।
ଯଦି ବଡ଼ କାମକୁ ଛୋଟ ଛୋଟ ଭାଗକରି ସେହି ଛୋଟ ଛୋଟ କାମକୁ ପର୍ଯ୍ୟାୟ ପରେ ପର୍ଯ୍ୟାୟ ସବୁଦିନ କରାଯାଏ ତେବେ ସେହି ବଡ଼ କାମକୁ ପୁର୍ଣ୍ଣ କରିହେବ।
ଏହା ଲେଖିବା ଓ କହିବା ଯେତେ ସହଜ ବାସ୍ତବରେ ନିଜେ ଜୀବନରେ ଏତେବଡ଼ ଏକ ଲକ୍ଷ ହାସଲ କରିବା ସେତେ ସହଜ ନୁହେଁ କାରଣ ମନ ଆମର ଅତି ଚଞ୍ଚଳ ଓ ଶରୀର କ୍ଳାନ୍ତଗାମୀ। ସବୁବେଳେ ମନକୁ ଉତ୍ସାହିତ ଓ ସ୍ଥିର କରି କଠିନ ଅଭ୍ୟାସ କରି ଲକ୍ଷ୍ୟସ୍ଥଳରେ ପହଁଚିବା ସମ୍ଭବ ହୋଇନଥାଏ। କେଉଁଠି ନା କେଉଁଠି ଆମେ ହତୋତ୍ସାହିତ ଓ ଅସ୍ଥିର ହୋଇ ଲକ୍ଷସ୍ଥଳରୁ ଦୁରେଇ ଯାଉ। ଥରେ ଭାବ ଏହା ନିଶ୍ଚିତ ଅନୁଭବ ହେବ। ଛାଡ଼ ଯାହା ହେଇଛି ସେକଥାକୁ ନଦୋହରାଇ ଆଗେଇ ଚାଲ ଏବେ ବି ଅନେକ ସମୟ ବାକି ଅଛି। ତେବେ ଏକ ସ୍ଵତଃ ପ୍ରଶ୍ନ ଆସେ ଯେ ମନକୁ ସବୁବେଳେ ଉତ୍ସାହିତ ଓ ସତେଜ କିପରି ରଖିବା?
ମନକୁ ୧୦ଟି ଉପାୟରେ ଉତ୍ସାହିତ, ସତେଜ ଓ ଶାନ୍ତି ରଖାଯାଇ ପାରିବ
ଯଥା ପ୍ରାର୍ଥନା/କୀର୍ତ୍ତନ/ଭଜନ (ଗୀତ ଗାଇବା ଓ ଶୁଣିବା), ଭୋଜନ, ମନୋରଞ୍ଜନ, ବେଶଭୂଷା, ଭ୍ରମଣ (ବୁଲାବୁଲି), ବ୍ୟାୟାମ, ଯୋଗ, ଧ୍ୟାନ, ଆଧ୍ୟାତ୍ମିକତା ଓ ସାଧୁସଙ୍ଗ (ଭଲ ସାଙ୍ଗସାଥୀ ମେଳ)। ଏହା ଦ୍ବାରା ମନ ଓ ଶରୀର ଆପେ ଆପେ ଖୁସି, ନିର୍ମଳ, ସତେଜ ଓ ଉତ୍ସାହିତ ହୁଏ। ସବୁକିଛି ମନ ଓ ଶରୀର ଦ୍ଵାରା କରାଯାଏ ଓ ପରିଚାଳିତ। ତେଣୁ ମନ ଓ ଶରୀର ପାଇଁ ବିଶେଷ ଧ୍ୟାନ ଦେବା ଦରକାର। ଏହି ୧୦ ଟି ଅଭ୍ୟାସ ଦିଗରେ ପ୍ରତ୍ୟେକ ମଣିଷ ଭିତରେ ଥିବା ଷଡ଼ ରିପୁ ଯଥା କାମ, କ୍ରୋଧ, ଲୋଭ, ମୋହ, ଇର୍ଷା, ଅହଂକାର ଏବଂ ଶୃଙ୍ଖଳା, ଅଭିମାନ, ମିଥ୍ୟା ଓ କୁସଙ୍ଗ ବାଧକ ସାଜେ।
ମନେରଖ କଠିନ ପରିଶ୍ରମ, ପ୍ରବଳ ଆନ୍ତରିକ ଉଦ୍ୟମ, ଅଟ୍ଟଳ ବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ଦୁନିଆ ହାର ମାନିଯାଏ। କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ। ଭଗବାନ ସେହି ଲୋକଙ୍କୁ ସାଥି ଦିଅନ୍ତି ଯିଏ ନିଜେ ନିଜ ଉପରେ ଅତୁଟ ବିଶ୍ବାସ ରଖି ବହୁ ପରିଶ୍ରମ କରି ଆଗେଇ ଯାଏ। ଭାଗ୍ୟ କେବଳ ସେହି ମାନଙ୍କୁ ସାଥୀ ଦିଏ ଯିଏ ବହୁ ଆଗରୁ ଦୁନିଆକୁ ଦେଖିନେଇ ସେ ଦିଗରେ ଏକ ସୁଚିନ୍ତିତ ଯୋଜନା କରି କଠିନ ପରିଶ୍ରମ କରି ସମସ୍ତଙ୍କ ଠାରୁ ଆଗୁଆ ସଫଳତା ହାସଲ କରିନିଏ।
ସେଥିପାଇଁ ବାବା କୁହନ୍ତି ଆଗେ ଭଲ ମଣିଷ ହୁଅ ବାକି ସବୁକଥା ଓ ଆଶା ଆପଣାଛାଏଁ ହେଇଯିବ। ଯେମିତି ନିଜ ପ୍ରତି ଭଲପାଇବା, ବିଶ୍ୱାସ, ଖୁସି ଓ ପ୍ରଶଂସା ଆଶାକର ସେହିଭଳି ଯଥା ବ୍ୟବହାର ପର ପ୍ରତି କର। ତେବେ ଯାଇ ଭଲ ଓ ସଫଳ ମଣିଷ ହେଇ ପାରିବ। ଅସହିଷ୍ଣୁ ହୁଅ ନାହିଁ...
I am the wonder. The views expressed within blogs are the personal opinions of the author.
Friday, December 23, 2022
Wednesday, August 17, 2022
How to change the state of mind from depression to joyful to blissful?
Let me start by doing sastang pranam with prayers to my Guru Shri Namacharya Baya Baba and Shri Gurudev Ramana Maharshi. I find both have expressed similar views. Namacharya Baya practiced 24 years of Mounvrat (complete silence) and Bhagwan Ramana Maharshi practiced meditation looking for “I” or “I Am”. 🙏🙏
- Quote by Ramana Maharshi:
How can cessation of activity (nivritti) and peace of mind be attained in the midst
of household duties which are of the nature of constant activity?
As the activities of the wise man exist only in the eyes of others and not in his own,
although he may be accomplishing immense tasks, he really does nothing. Therefore
his activities do not stand in the way of inaction and peace of mind. For he knows the truth that all activities take place in his mere presence and that he does nothing. Hence
he will remain as the silent witness of all the activities taking place.
His another powerful teaching just close your eyes and hold onto your thoughts to “I” and ask who is that “I” and who is that “I Am” throwing so much thought to this “I Am” and how can “I” think of “I”. To experience all this your “I” need to descend to calmness complete calmness of nothingness (I am nothing, I have nothing and I can do nothing. Life is nothingness to everythingness and everythingness to nothingness.) that calmness is “I am, the witness”.
- Quote by Ramakant Maharaj:
"Don't struggle with the thoughts. It is the nature of the body to manufacture thoughts twenty-four seven. They are always flowing. You give them too much attention, and by doing this you let them control you. This will change with meditation. Why be a victim of your thoughts? Just let them flow past you. When you ignore the thoughts your confusion will lessen because you are no longer entangled in them. Keep ignoring the thoughts. This will lead to thoughtlessness."
ଜୀବନ ପ୍ରକ୍ରିୟା ୩ ବିଶେଷ ଗୁଣ ଦ୍ଵାରା ପରିଚାଳିତ ତାହା ହେଲା ସତ, ରଜ ଓ ତମ। ଏବଂ ମନର ପ୍ରତ୍ୟେକ ଅବସ୍ଥା ମଧ୍ୟ ତଦନୁଯାୟୀ ଖାଦ୍ୟ ଓ ପାନୀୟ ଶୈଳୀ ଉପରେ ନିର୍ଭର କରେ।
ସତ - ସାତ୍ତ୍ୱିକ
ରଜ - ରାଜସିକ
ତମ - ତାମସିକ
ଯେଉଁଥିପାଇଁ ଆମେ କିଛି ଗୋଟେ କାର୍ଯ୍ୟ କରିବାକୁ ହେଲେ ମାନସିକ ଅବସ୍ଥା ଉପରେ ନିର୍ଭର କରୁ।
ଯେମିତି ଆଧ୍ୟାତ୍ମିକ ଚେତନା, ଭକ୍ତି, ଦେବ ଦର୍ଶନ, ପୂଜା ଅର୍ଚ୍ଚନା, ଅଭ୍ୟର୍ଥନା, ଧ୍ୟାନ, ଯୋଗ, ଦୟା, କ୍ଷମା, ପରସ୍ପର ପ୍ରତି, ପରୋପକାର ଓ ସଂଜମତା ଇତ୍ୟାଦି ସାତ୍ତ୍ୱିକ ଗୁଣ ଭଲ ଲାଗିଲେ ବି ସବୁବେଳେ ସମ୍ଭବ ହୁଏ ନାହିଁ।
ସେମିତି ନାଚ, ଗୀତ, ହସଖୁସି, ମଜା ମସ୍ତି, ବେଶଭୂଷା, ବିଳାଶ ବେସନ, ଭ୍ରମଣ ଇତ୍ୟାଦି ରାଜସିକ ଗୁଣ ଭଲ ଲାଗିଲେ ବି ସବୁବେଳେ ସେଗୁଡିକ ଅନୁଭବ କରିବା କିମ୍ବା ସବୁବେଳେ ସେଥିରେ ମଜି ରହିବା ବି ସମ୍ଭବ ନୁହେଁ।
ଠିକ୍ ସେମିତି କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଇର୍ଷା, ହିଂସା, କପଟତା, କଟୁବଚନ, ମିଥ୍ୟା, ଚୋରି, ଭୟ, ଲଜ୍ଜା, ପକ୍ଷପାତିତା, ପରର ଅନିଷ୍ଟ ଓ ଛଳନା ଇତ୍ୟାଦି ତମ ଗୁଣରେ ମନ ନିବେଶ ହେଲେ ବି ସବୁବେଳେ ସେଥିରେ ମଜି ରହିବା ବି ସମ୍ଭବ ହୁଏ ନାହିଁ।
ଏହାର କାରଣ ମଣିଷର ପରିବେଶ ଅନୁଯାୟୀ ମାନସିକ ପ୍ରତିକ୍ରିୟା ସବୁବେଳେ ପରିବର୍ତ୍ତନଶୀଳ। ବସ୍ତୁବାଦୀ ଚିନ୍ତା ଧାରାରେ ଏହି ୩ ଶ୍ରେଣୀର ବୃତ୍ତି ଯଥା ସତ୍ୟନିଷ୍ଠ ବୃତ୍ତି, ରାଜସିକ ବୃତ୍ତି କିମ୍ବା ତାମସିକ ବୃତ୍ତିରେ ସଫଳତା ହାସଲ କରିବାକୁ ହେଲେ ଯେମିତି ଧୈର୍ଯ୍ୟ, ନିଷ୍ଠା, ପ୍ରତ୍ୟେହ ଚେଷ୍ଟା ଓ ଦୃଢ ଆତ୍ମବିଶ୍ଵାସ ଆବଶ୍ୟକ ହୁଏ। ସେମିତି ଆଧ୍ୟାତ୍ମିକବାଦି ଚିନ୍ତାଧାରାରେ ଆବଶ୍ୟକତା ଠାରୁ ଅଧିକ ହାସଲ କରିବା ବିଷ ସଦୃଶ ତେଣୁ ଅତ୍ୟଧିକ ଆବଶ୍ୟକତା ନକରିବା ପାଇଁ ହେଲେ ମାନସିକ ଅବସ୍ଥାକୁ ତୁରନ୍ତ ପରିବର୍ତ୍ତନ କରିବା ଅତି ଗୁରୁତ୍ୱପୂର୍ଣ୍ଣ।
ପ୍ରଶ୍ନ ଆସେ କେମିତି ଖରାପ ଚିନ୍ତା ବା ଦୁଶ୍ଚିନ୍ତାରୁ ନିଜର ମାନସିକ ସ୍ଥିତି ତୁରନ୍ତ ବଦଳାଇବା। ଦୁଶ୍ଚିନ୍ତା କୁ ବଦଳାଇ ହଠାତ୍ କେଉଁ ମାନସିକ ସ୍ଥିତି କୁ ଆପଣାଇବା? ଉତ୍ତର ଅତି ସରଳ ଏବଂ ଏହା ଏକ କୌଶଳ ମଧ୍ୟ।
ତାମସିକ ସ୍ଥିତିରୁ –> ରାଜସିକ ସ୍ଥିତି;
ରାଜସିକ ସ୍ଥିତିରୁ –> ସାତ୍ତ୍ୱିକ ସ୍ଥିତି;
ସାତ୍ତ୍ୱିକ ସ୍ଥିତିରୁ –> ଆନନ୍ଦ ନିଦ୍ରା ବି ଚିର ନିର୍ବିକଳ୍ପ
ତାମସିକ ସ୍ଥିତି ଅର୍ଥ ମନ ଯେତେବେଳେ ଉପରୋକ୍ତ ତାମସିକ ଗୁଣରେ ବୁଡି ରହିଥାଏ ଯଥା ଅତି ଚିଡିଚିଡା, ବିରକ୍ତିପୂର୍ଣ୍ଣ ବା ଘୋର ଦୁଶ୍ଚିନ୍ତା ଇତ୍ୟାଦିରେ ଥାଇ ଅତି ହତୋତ୍ସାହିତ ଓ ଏକା ଏକା ଲାଗେ ସେତେବେଳେ
୧) ପାଟି ଓ ନାକ ପ୍ରାୟ ୪୫ ସେକେଣ୍ଡରୁ ୬୦ ସେକେଣ୍ଡ ବନ୍ଦ କରିଦେବ
୨) ଭାବିବ ବିନା ନିଃଶ୍ବାସରେ ବଞ୍ଚିବା ଅସମ୍ଭବ କୌଣସି ଦୁଶ୍ଚିନ୍ତା, ଭୟ, ଲଜ୍ଜା ବା କ୍ରୋଧ ଜୀବନକୁ ମାରିପାରେନା
୩) ଆପଣାଛାଏଁ ହାତ ନାକ ଉପରୁ ଉଠିଯିବ ଓ ନାକ ବାଟେ ନିଶ୍ଵାସ ନେବ
୪) ଭାବିବ ଖରାପ ନିଃଶ୍ବାସ ତ୍ୟାଗ କରି ଭଲ ନିଃଶ୍ବାସ ନେବାବେଳେ ଶରୀରରେ ଏକ ଅଦ୍ଭୁତ ପ୍ରାଣ ସଞ୍ଚାର ହେଉଛି।
୫) ଧିରେ ଧିରେ ପାଟିବାଟେ ନିଃଶ୍ବାସ ଛାଡି କିଛି ସମୟ ସ୍ଥିର ରହି ଭାବିବ କରୁଣାମୟ ପ୍ରଭୁ ଦୟା କର ଏ ଶରଣାଗତ ଶରୀର ଓ ମନରେ ଏକ ନୂତନ ଦିବ୍ୟ ଚେତନାର ପ୍ରାଣ ଭରିଦିଅ।
ଲଲାଟ ଚକ୍ର ବା ମୁଣ୍ଡର ଉପର ଭାଗକୁ ଧ୍ୟାନ କରି ନିଜର ଇଷ୍ଟଦେବତାଙ୍କ ଉପରେ ଅନ୍ତର୍ନିହିତ ଦୃଷ୍ଟି ନିକ୍ଷେପ କରି ଏହିଭଳି ପ୍ରକ୍ରିୟା ଚାଲୁ ରଖିବ ଯେତେବେଳେ ଯାଏଁ ମାନସିକ ସ୍ଥିତି ପରିବର୍ତ୍ତନ ନହେଇଛି କିମ୍ବା ଆନନ୍ଦ ନିଦ୍ରା ନଆସିଛି।
ଦେଖିବ ଅତି କମ୍ ସମୟ ମଧ୍ୟରେ ମାନସିକ ସ୍ଥିତି ପରିବର୍ତ୍ତନ ହେବ ଏବଂ ଯେଉଁ ସ୍ଥିତିରେ ଥାଇ ଏହି ସାଧନ ଆରମ୍ଭ କରିଥିଲ ଠିକ୍ ତାର ପରବର୍ତ୍ତୀ ସ୍ଥିତିକୁ ଅନୁଭବ କରିବ ପରବର୍ତ୍ତୀ ସ୍ଥିତିର ଗୁଣରେ ନିଜକୁ ଅନ୍ତର୍ଭୁକ୍ତ କରିବ ଯଥା ତାମସିକ ରୁ ରାଜସିକ ରୁ ସାତ୍ତ୍ୱିକ ଗୁଣରେ ଅନ୍ତର୍ଭୁକ୍ତ କରିବ।
ଚିଡିଚିଡା ବା ଏକଲା ପଣରେ ଥିଲେ ଉପରୋକ୍ତ ପ୍ରକ୍ରିୟା ଆରମ୍ଭ କରିବା ଦ୍ଵାରା ରାଜସିକ ସ୍ଥିତିକୁ ଯାଇ ନାଚ, ଗୀତ, ଭ୍ରମଣ ବା ଆମୋଦପ୍ରମୋଦ ଅନୁଭବ କରିବ। ରାଜସିକ ସ୍ଥିତିରେ ଉପରୋକ୍ତ ପ୍ରକ୍ରିୟା ଆରମ୍ଭ କରିବା ଦ୍ଵାରା ସାତ୍ତ୍ୱିକ ସ୍ଥିତିକୁ ଯାଇ ସାଧନ, ଭଜନ, ଯୋଗ, ପ୍ରାର୍ଥନା, ସଂଜମତା, ବିଶ୍ଵାସ, ଭଲପାଇବା ଓ ଭକ୍ତି ମାର୍ଗ ଅନୁଭବ କରିହେବ। କୌଣସି କାର୍ଯ୍ୟରେ ସିଦ୍ଧିଲାଭ ପାଇଁ ଯେମିତି ଏକ ନିର୍ଦ୍ଦିଷ୍ଟ ସମୟାନୁଯାଇ ଅଭ୍ୟାସ ବା ସାଧନା ଆବଶ୍ୟକ। ସେମିତି ଏକ ସୁସ୍ଥ ଶାରୀରିକ ଓ ମାନସିକ ଅବସ୍ଥାକୁ ଅନୁଭବ କରିବା ପାଇଁ ନିରନ୍ତର ମନନ, ଚିନ୍ତନ ଓ ଧ୍ୟାନ ପାଇଁ ଶୃଙ୍ଖଳିତ ଅଭ୍ୟାସ ଦରକାର।
ଉତ୍ତମ ଖାଦ୍ୟ (good food) ଓ ଉପରୋକ୍ତ ଧ୍ୟାନ ପ୍ରକ୍ରିୟା (mind engineering or concentration process) ନିଶ୍ଚିତ ମନର ସ୍ଥିତି ଯେକୌଣସି ଅବସ୍ଥାରେ ପରିବର୍ତ୍ତିନ କରିଦେବ। ଓଡ଼ିଆରେ ଏକ ଢଗ ଅଛି
ଯେପରି ଖାଇବ ଅନ୍ନ
ସେପରି ହେବ ମନ।।
ଠିକ୍ ସେହିପରି
ନାକର ଦକ୍ଷିଣପୁଡା ବାୟୁ କ୍ଷିପ୍ର
ନାକର ବାମପୁଡା ବାୟୁ ଧିର।
Now you can try to control your thoughts to change your mind as per the presence of mind from 3 different stages and maneuver into right stage to blissful state or deep sleep state. A follow up blog will be more elaborate with practical examples which has helped me to lift up my thoughts towards a more productive life.
Sunday, July 24, 2022
ସଂକଟ ପରିସ୍ଥିତିରେ କେବଳ ନିଜ କଥା ନଭାବି ସାଙ୍ଗ ସାଥି ଓ ଅନ୍ୟାନ୍ୟ ନିଷ୍ପେସିତ ଲୋକଙ୍କୁ କେମିତି ଏକ ଆନୁଷ୍ଠାନିକ ଲଗାତର ସାହାଯ୍ୟ କରିହେବ।
ଏକବିଂଶ ଶତାବ୍ଦୀ ମାନବ ସଭ୍ୟତାର ଶ୍ରେଷ୍ଠ ବୈଜ୍ଞାନିକ ଯୁଗ। ବିଜ୍ଞାନ ଆଜି ସମାଜର ପ୍ରତ୍ୟେକ ସ୍ତରକୁ ଛୁଇଁବା ସହ ଜୀବନଶୈଳୀକୁ ତିବ୍ର ଭାବେ ପ୍ରଭାବିତ କରିଛି। ଏଭଳି ସମୟରେ ଯେତେବେଳେ ସମସ୍ତ ଦ୍ରବ୍ୟ ଓ ସେବା ଅତି ସୃଜନଶୀଳ ଭାବେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହେଇ ବଜାରରେ ଓ ଲୋକଙ୍କ ଦୁଆର ମୁହଁରେ ଉପଲବ୍ଧ ହେଇପାରି ଇଛା ଅନୁସାରେ ଓ ବିନା ବିଳମ୍ବ୍ୟବରେ ବହୃତ ହୋଇପାରୁଛି। ଠିକ୍ ସେହି ସମୟରେ ୩ ନଭେମ୍ବର ୨୦୧୯ରେ ଚିନ୍ ଦେଶର ଉହାନ ସହରରୁ ସୃଷ୍ଟି ହେଇଥିବା କରୋନା ମହାମାରୀ ବିଭୀଷିକା ଏହାର ଠିକ୍ ୬ ମାସ ପରେ ଏକ ଭୟଙ୍କର ବିଶ୍ଵ ମହାମାରୀରେ ପରିଣତ ହେଇ ସାରା ବିଶ୍ବକୁ ଏହାର କରାଳ ରୂପରେ କବଳିତ କରି ସ୍ତବ୍ଧ କରିଦେଲା। ଆମ ଦେଶ ମଧ୍ୟ ସେହି କୋଭିଡ ମହାମାରୀ କବଳରୁ କେମିତି ବା ରକ୍ଷା ପାଏ!
ଯେତେବେଳେ ଭାରତ ସରକାର ଏହି ଭଳି ଭୟଙ୍କର ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଘଣ୍ଟା, ଘଣ୍ଟ, ଥାଳି, ଗିନା ଓ କଂସା ଆଦି ବଜାଇ ପ୍ରବଳ ଜନ ସଚେତନତା ସହ ତାଲା ବନ୍ଦ ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ ସାଧାରଣ ଲୋକଙ୍କ ବଞ୍ଚିବା ସ୍ଥିତି କରୋନା ମହାମାରୀ ଠାରୁ ଭୟଙ୍କର ରୂପ ନେଲା ଓ ଉପଲବ୍ଧି ହେଲା ବିନା ଆର୍ଥିକ ବିକାଶରେ ସାଧାରଣ ମଣିଷ ଟିଏ କିଭଳି ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଇ ଜୀବନ ଜଳାଞ୍ଜଳି ଦେଇପାରେ ସେତେବେଳେ ପଶୁପକ୍ଷୀଙ୍କ ଦୟନୀୟ ସ୍ଥିତିକୁ କିଏ ବା ପଚାରେ।
ସେହି ତାଲା ବନ୍ଦ ସମୟରେ କିଭଳି ହାତ ଗଣତି କେଇଟା ଦିନ ମଧ୍ୟରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ହରେଇ ଭୋକ ଶୋଷକୁ ଭୁଲି ହଜାର ହଜାର ମାଇଲି ଚାଲିକରି କର୍ମ କ୍ଷେତ୍ର ପ୍ରଦେଶରୁ ନିଜ ଜନ୍ମ କ୍ଷେତ୍ର ପ୍ରଦେଶକୁ ପରିବାର ଛୁଆ ପିଲାଙ୍କୁ ଧରି ଡହଳ ବିକଳ ପରିସ୍ଥିତିରେ ଜୀବନକୁ ବାଜି ଲଗେଇ ଫେରୁ ଥାଆନ୍ତି ସେ ଦୃଶ୍ୟ ଅନନ୍ୟ ହୃଦୟ ବିଦାରକ ଦୃଶ୍ୟ ଥିଲା ଏବଂ ପ୍ରାୟ ଅଧିକାଂଶ ଲୋକେ କୋଭିଡି ମହାମାରୀର ଭୟଙ୍କରରୀତାକୁ ଖାତିର ନକରି ଏକ ଅନିଶ୍ଚିତ ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ବିଦେଶରୁ ମଧ୍ୟ ନିଜ ଘରକୁ ଫେରିବାକୁ ଲାଗିଲେ। ଯେତେବେଳେ ନିଜ ଅଞ୍ଚଳରେ ପହଞ୍ଚିସାରିବା ପରେ ନିଜ ଘର ଠାରୁ ଅନତିଦୂରରେ ସରକାରଙ୍କ ଦ୍ଵାରା ଚାଲୁଥିବା ଅଣବଶର ଘରେ ୧୫ ରୁ ୨୧ ଦିନ ରହି ବିଭିନ୍ନ ପରୀକ୍ଷା ନିରୀକ୍ଷା ଦ୍ଵାରା କୋଭିଡ ରୋଗର ମାନପତ୍ର ନେଇ ନିଜ ଘରେ ରହିବାର ଅନୁମତି ଭଳି ହୃଦୟ ବିଦାରକ ସ୍ମୃତି କେବେ ବି ଭୁଲି ହେବ ନାହିଁ।
ସେହି କରାଳ କାଳରେ ଓଡ଼ିଶା ନଫେରି ନିଜେ କେତେ କଷ୍ଟରେ ବାଙ୍ଗାଲୋର ସହରରେ ରହି ଜୀବନ କାଟିବାର ପରିସ୍ଥିତି ଏକ ନିଆରା ଅସହାୟ ଅନୁଭୂତି ଦେଲା ଏବଂ ହୃଦବୋଧ ହେଲା ଘର ପରିବାର କଥା, ମନେ ପକେଇ ଆଖିରେ ବହି ଗଲା କେତେ ଯେ ଲୁହ ସେ ସମୟ ମଧ୍ୟ କେବେ ଭୁଲି ହେବ ନାହିଁ।
ଠିକ୍ ନିଜ ଘର ପରିବାର ଭଳି ନିଜ ସାଙ୍ଗ ସାଥି ବନ୍ଧୁ ଯେଉଁମାନେ ବିଭିନ୍ନ ସାମାଜିକ ଓ ପାରିବାରିକ ପ୍ରତିକୂଳ ପରିସ୍ଥିତି କାରଣରୁ ଉତ୍ତମ ଶିକ୍ଷା ଅଭାବରେ ଅଣ କୁଶଳୀ କାମ କରି ଜୀବନ ଜିଉଛନ୍ତି ସେମାନଙ୍କ ପରିସ୍ଥିତି କ'ଣ ହେଉଥିବ? ଏବଂ କରୋନା ମହାମାରୀ ପରେ ଯଦି ଆଉ କୌଣସି ବିଶ୍ଵ ବିଭୀଷିକା ଆରମ୍ଭ ହୁଏ ତାହା ହେଲେ କ'ଣ ଏ ମହାନ ମାନବ ସୃଷ୍ଟିକୁ ଉହାନ ଭୂତାଣୁ ଭଳି ଆଉ ଏକ ମହା ବିପଦ ଧ୍ଵଂସ କରିଦେବ? ଆମ ଭଳି ସବୁ ସାଙ୍ଗମାନେ ଯେ ଭଲ ନିଯୁକ୍ତି ପାଇ ଭଲ ଜୀବନ ଜିଉଛନ୍ତି ସେମିତି ନାହିଁ।
ତେଣୁ ସେହି ଭଳି ସାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ଏବଂ କରୋନା ମହାମାରୀ ଭଳି ଏକ ବିଶ୍ଵ ଘଡ଼ି ସନ୍ଧି ମୂହୁର୍ତ୍ତରେ ମନକୁ ଆସିଥିଲା ଯେ
“ଏକ ଆର୍ଥିକ, ସାମାଜିକ, ସାଂସ୍କୃତିକ ବିକାଶମୁଖି ସ୍ବାବଲମ୍ବୀ, ଶୃଙ୍ଖଳିତ, ସମୃଦ୍ଧ ଓ ଉନ୍ନତିମୂଳକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜୀବନ ପଦ୍ଧତି ସୃଷ୍ଟି ଦିଗରେ କାର୍ଯ୍ୟ କରି ସମାଜର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷାର ଲଗାତର ଉନ୍ନତି ଓ ମଜବୁତ ଦିଗରେ ଯେତେ ବାଧାବିଘ୍ନ ଆସିଲେ ବି ସ୍ଵୟଂ ଚେଷ୍ଟା ଓ କାର୍ଯ୍ୟ କରି ଏହି ମହାନ ସେବା ମୂଳକ ଚିନ୍ତାକୁ ବାସ୍ତବ ରୁପ ଦେଇ କ୍ରିୟାନ୍ଵିତ ଓ ସଫଳ କରିବା।”
ଯାହା ଦ୍ଵାରା ଅଭାବ ଅସୁବିଧାରେ ଥିବା ସାଙ୍ଗ, ସାଥି, ପରିବାର ଓ ସମାଜର ନିଷ୍ପେସିତ ଲୋକମାନେ ନିଜର ଆର୍ଥିକ ଜରୁରୀକାଳୀନ ପରିସ୍ଥିତିରେ ନିଜ ଅସୁବିଧାକୁ ସାମୁହିକ ମୁକାବିଲା କରି ନିଶ୍ଚିତ ସଫଳ ହେଇପାରିବେ। ସମାଜରେ ଆର୍ଥିକ ସୁରକ୍ଷା ଆସିଗଲେ ପ୍ରତିଟି ପରିବାର ନିଶ୍ଚିତ କିଛି ଅସାଧାରଣ ପ୍ରତିପାଦିତ କରି ପାରିବେ।
ଏହି ଭଳି ଏକ ଶୁଭ ଚିନ୍ତା ଆଖିରୁ ନିଦ ହଜାଇ ଥିବା ସମୟରେ ଆମେ ଅପେକ୍ଷା କରିଥିଲୁ ଏକ ଶୁଭ ମୁହୂର୍ତ୍ତ ଓ ଭଲ ସାଥିଗଣଙ୍କୁ ଯିଏ ଆମ ସହ ପାଦ ମିଶେଇ ଚାଲି ଘାତ ପ୍ରତିଘାତ ସହି ଏହି ଚିନ୍ତାକୁ ଏକ ବାସ୍ତବ ରୂପ ଦେବେ ଓ ସଫଳ କରିବେ।
ଏକଦା ଏକ ଶୁଭ ମୁହୂର୍ତ୍ତ ସଂଧ୍ୟାରେ ଆମେ ୧୨ ଜଣରୁ ଉର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟଳର ସାଙ୍ଗ ଆମ ଗାଁ ମା ବୁଦ୍ଧେଶ୍ଵରୀ ଯୁବକ ସଂଘ ଘରେ ଏକ ଭୋଜିର ଆୟୋଜନ କରି ଆମର ଅନ୍ୟ ଏକ ସଫଳ ସାଙ୍ଗଙ୍କ କରକମଳରେ ଶ୍ରୀଫଳ ଭାଙ୍ଗି ସେହି ସଂଧ୍ୟାରେ ଏକ ନୂତନ ସାଂଗଠାନିକ ଅନୁଷ୍ଠାନର ଶୁଭ ଉନ୍ମୋଚନ କରି ମୂଳଦୁଆ ପକେଇବା ସହ ଆମ ନୂତନ ସଂଘର ଦିର୍ଘାୟୁ କାମନା କରିଥିଲୁ। ଏବଂ ଆଜି ଆମ ନୂତନ ସଂଗଠନକୁ ୧ ବର୍ଷ ପୁରି ଯାଇଛି। ଆପଣମାନେ ବିଶ୍ବାସ କରି ପାରିବେ ନାହିଁ ଆମ ସେହି ସଂଗଠନରେ ଏକ ବର୍ଷରେ ପାଖାପାଖି ୧ ଲକ୍ଷ ଅର୍ଥ ସଞ୍ଚୟ ହେଇ ପାରିଛି ଯାହା ଆମ ସଂଗଠନର କୌଣସି ସଦସ୍ୟଙ୍କ ଜରୁରୀକାଳୀନ ପରିସ୍ଥିତିରେ ବିନା ବାଧା ବିଘ୍ନରେ ବିନିଯୋଗ ଓ ଆକାଉଣ୍ଟରେ ଭରଣା ହେଇ ପାରିବ। ସଂଗଠନର ଏହି ଭଳି ମହତ ଉଦ୍ଦେଶ୍ୟକୁ ପ୍ରଥମେ ପ୍ରଥମେ ଆମ ବ୍ଯାଚର ଅଧା ପାଠ ପଢ଼ି ବିଭିନ୍ନ ଅଣକୁଶଳୀ ଓ ଚାଷବାସ କରି ବଞ୍ଚୁଥିବା ସାଙ୍ଗ ମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେଲା ଏବଂ ଆଜି ୧ ବର୍ଷ ପରେ ସେହି ମହତ ଉଦ୍ଦେଶ୍ୟକୁ ବୁଝି ଆମେମାନେ ସମସ୍ତେ ଏତେ ଅଭ୍ୟସ୍ତ ହେଇ ଯାଇଛୁ ଯେ ଆମ ବାର୍ଷିକ କାର୍ଯ୍ୟକାରିଣୀ ସଭାରେ ନିଷ୍ପତ୍ତି ହେଲା ଏ ସଂଘ ଏମିତି ବ୍ୟକ୍ତି କଲ୍ୟାଣ ପାଇଁ ଚାଲୁରହୁ। କାହାର ସାହାଯ୍ୟରେ ନଆସିଲେ ବି ଆମ କେଇଜଣ ବନ୍ଧୁଙ୍କ ଅସୁବିଧା ସମୟରେ କାମରେ ଆସିବ। ସେହି ଅସହାୟ ସାଙ୍ଗ ମାନେ ମଧ୍ୟ ତାର ଲାଭ ପାଇବା ଆରମ୍ଭ କଲେଣି।
Tuesday, July 5, 2022
ଜୀବନରେ ନାମାଚାର୍ଯ୍ୟ ଶ୍ରୀ ବାୟାବାବା ଓ ତାଙ୍କର ଅମୃତମୟ କେହି ପଦ କଥା।
ଓଁ ଶ୍ରୀଗୁରୁ କଳ୍ପତରୁ ଶଚୀନନ୍ଦନ ଶରଣଂ।
ଭଜ ନିତାଇ ଗୌର ରାଧେଶ୍ୟାମ
ଜପ ହରେ କୃଷ୍ଣ ହରେ ରାମ।। (ନାମ କିର୍ତ୍ତନ)
ନମଇଁ ନୃସିଂହ ଚରଣ।
ଅନାଦି ପରମ କାରଣ।। (ଭାଗବତ)
ଶ୍ରୀ ବାବା ଭଲ ପାଉଥିବା ଦୁଇଟା କଥା ନାମ କିର୍ତ୍ତନ ଓ ଭାଗବତ।
ଶ୍ରୀ ବାବା ସବୁବେଳେ କୁହନ୍ତି ଭଲ ମଣିଷ ହଅ ଓ ଅନୁଭବ ଥିଲେ କହ।
ବାବା ଗୀତ ଛଳରେ କୁହନ୍ତି
ଅନୁଭବ ଥିଲେ କହ।
ପାଠ ପଢିଥିଲେ ଗୀତ ଗାଉଥାଏ ଦରିଦ୍ରଜନର ପୁଅ।।
ଜୀବନରେ ନାମାଚାର୍ଯ୍ୟ ଶ୍ରୀ ବାୟାବାବାଙ୍କ ବାଣୀ ସମୁଦ୍ରରୁ କେହି ପଦ କଥା ରୂପି ରେଣୁ ବହୁତ ବଡ଼ ପରିବର୍ତ୍ତନ ଆଣି ଦେଇଦେବ ଏଥିରେ ସଂଦେହର ଅବକାଶ ନାହିଁ।
୧) ଯେଉଁମାନେ ଜୀବନରେ ବହୁତ ସହିଷ୍ଣୁ ଓ ଶାନ୍ତ ସ୍ଵଭାବ ବ୍ୟକ୍ତି। ଭଲ ମନ୍ଦ ଯାହା ମିଳିଲେ ଶାନ୍ତି। ସେମାନେ ସବୁବେଳେ ଆନନ୍ଦରେ ରୁହନ୍ତି। ଶାଗ ପଖାଳରେ ଶାନ୍ତି। ଖିରି ପୁରୀରେ ଶାନ୍ତି। ଶାନ୍ତି କେବଳ ନିଜ ଭିତରେ ଅଛି ତାକୁ ଖୋଜି ଆନନ୍ଦରେ ରୁହ।
ଆହାରେ ଭଲ ମନ୍ଦ ନାହିଁ। ଯେ ସ୍ଥାନେ ଯେମନ୍ତ ମିଳଇ।।
ଅରଣ୍ୟେ ଅଜଗର ପ୍ରାୟ। କର୍ମ କଷଣେ ଦେହ ସହେ।।
ଖରା ସହେ ଗୋରୁ। ଖରା ସହେ ତରୁ।।
ସକାଳୁ ତୋରାଣି ପାଣି ପିଇ ଯାଇଥିବେ ଏପଟେ ପାଟି ଫିଟୁନି। କ'ଣ ଖାଇଲେ କ'ଣ ପିଇଲେ ସେକଥା ତାଙ୍କ ଭିତରେ। ସବୁ କଷ୍ଟ ସହି ଘରକୁ ଖାଦ୍ୟ ଦିଅନ୍ତି ଓ ନିଜ ଗୁହାଳ ଯେତେ ଖରାପ ହେଉ ପର ଗୁହାଳକୁ ଯାଆନ୍ତି ନାହିଁ।
ସେମିତି ତରୁ ବା ଗଛ ଲତା ଖରା ହେଉ କି ନହେଉ। ଅତି ବର୍ଷା ହେଉ କି ନହେଉ ସେମାନେ କଷ୍ଟ ସହି ଥଣ୍ଡା ପବନ ଓ ଅମ୍ଳଜାନ ଦେଉଥିବାରୁ ଆମେ ବଞ୍ଚିଛେ। କୌଣସି ମଣିଷ ଅମ୍ଳାନ ଦିଏ ନାହିଁ।
୨) ଯେତେ ଅସୁବିଧା ହେଉ ସତରେ ରହି ଯାହା ମିଳିବ ଶାନ୍ତି ହେବା। ପର କଥାରେ ରାଜା ହେବ ନାହିଁ ବରଂ ନିଜ କଥାରେ ଗରିବ ହେଲେ ଭଲ। ଚିନ୍ତାଧାରା ଓ ବୁଦ୍ଧିର ବିକାଶ ହେବା ଦରକାର। ତେଣୁ ଭଗବାନଙ୍କ ସୃଷ୍ଟିକୁ ଭଲ ପାଅ ଖାଲି ନିଜ ପାଇଁ ଭଲ ପାଇବା ଖୋଜିଲେ ହେବ ନାହିଁ।
କର୍ମ କରିଣ ଫଳ ପାଇ। ପ୍ରାଣୀ ତୋ ଅବଶ୍ୟ ଭୁଞ୍ଜଇ।।
ଆଗେ କର୍ମ କର ପରେ ଫଳ ଅନୁସାରେ ଦ୍ରବ୍ୟ ମିଳିବ ଓ ନିଜେ ତାର ମଜା ନେବ।
Always feel
I am nothing.
I have nothing.
I can't do nothing.
That means someone is doing within you and he had a reason to send you here. So you do but don't think you are the master doer.
କରି କରାଉଥାଏ ମୁହିଁ।
ମୋ ବିନୁ ଅନ୍ୟ ଗତି ନାହିଁ।।
ମୋ ମାୟା ମୋତେ ଅଗୋଚର।
କାହୁଁ ଜାଣିବେ ନରଛାର।।
ତେଣୁ ଆମେ କେମିତି ଦାବି କରିବା ଯେ ଆମେ ସବୁ କରୁଛେ। ସେ ଆମ ଭିତରେ ଥାଇ କରାଉଛନ୍ତି ଓ ନିଜେ କରୁଛନ୍ତି।
A simple mind and a pure heart are wings to heaven.
୩) ବିବେକି ଓ ଜ୍ଞାନୀ ଲୋକ ପ୍ରଥମେ ନିଜର ଭୁଲ ଦେଖନ୍ତି ଓ ବହୁତ କମ୍ କଥା କହି ନିରବ ରୁହନ୍ତି। ବାବା ୧୨ ବର୍ଷ ମୌନ ରହିଥିଲେ ହିସାବରେ ଭୁଲ ହେଲା ବୋଲି ୨୪ ବର୍ଷ ମୌନ ରହିଲେ। ୮୪ ବର୍ଷରୁ ୨୪ ବର୍ଷ କଥା କହିବାରେ ଗଲା। ଆଉ ରହିଲା ୬୦ ବର୍ଷ। ୬୦ ବର୍ଷରୁ ଯୁବା ଅବସ୍ଥା ଗଲା ୧୮ ବର୍ଷ ଆଉ ରହିଲି ମାତ୍ର ୪୨ ବର୍ଷ ସେତିକି ସମୟ ଲୋକଙ୍କ ସହ ମିଶି କେତେ କେତେ ଭଲ କାମ କରିଥିଲେ। ତେଣୁ ଯେତେ ଅସୁବିଧା ହେଉ କ୍ରୋଧ କରିବ ନାହିଁ। ତେଣୁ ନିଜ ଦୋଷ ଦେଖିବ ନିଜ ଭୁଲ ଥାଉ କି ନଥାଉ ପରକୁ କ୍ଷମା ମାଗିନେବ ବା କ୍ଷମା କରି ସେ କଥାକୁ ଭୁଲି ଯିବ।
ବୁଦ୍ଧି ବିବେକ ଜ୍ଞାନ ବଳେ।
ମରିଣ ଯିଣି ପାରେ ହେଳେ।।
ଧନ କାପର୍ଣ୍ଣ୍ୟ ସେବା ଫଳେ।
କିବା ଅସାଧ୍ୟ ମହି ତଳେ।।
୪) ସାହସୀ ହୁଅ ଓ ସୁନ୍ଦର ହୁଅ। ଭଗବାନଙ୍କ ସୃଷ୍ଟି ଅର୍ଥ ନିଜର ବାଡ଼ି ବଗିଚା ବିଲ ଜମିକୁ ସୁନ୍ଦର କରିବା ହିଁ ତାଙ୍କ ପ୍ରତି ଭଲ ପାଇବା। ସମସ୍ତେ ଚାଷ କରି ଦେବେ ଆମେ ଖାଇବା ଆମେ ଚାଷ କରି ୧୦୦ ମଣିଷ ପୋଷି ପାରିବା ନାହିଁ। ଏ ଭାବ ଭୁଲ୍। ଆମ ପୂର୍ବ ପୁରୁଷ କେତେ ମହାନ ଥିଲେ ଜମି ବାଡ଼ି, ଘର ଦ୍ବାର, ମାନ ସମ୍ମାନ, ପ୍ରଭାବ ଓ ପ୍ରତିଷ୍ଠା ଆଦି କରିଯାଇଛନ୍ତି ବୋଲି ଆମେ ଅନ୍ୟମାନଙ୍କ ଠାରୁ ଭଲରେ ଅଛେ। ତେଣୁ ତାଙ୍କ ପ୍ରତି ଗର୍ବିତ ହୋଇ ତାଙ୍କ ମାନ ସମ୍ମାନକୁ ଆଖି ଆଗରେ ରଖି ଏକ ସୁନ୍ଦର ପରିବାର ଗଠନ କରିବାର ଦାଇତ୍ୱ ନେବା। ପିଲାଙ୍କୁ ଶିକ୍ଷିତ ଓ ବିବେକି କରିବା।
୫) ସବୁବେଳେ ମିଛ ଠାରୁ ଦୁରେଇ ରହିବା।
ମିଥ୍ୟା କୁ ପାପ ବୋଲି ମଣି।
କହିବ ସଦା ସତ୍ୟ ବାଣି।।
ଯେ ପାଞ୍ଚେ ପରମନ୍ଦ।
ତା ପାଞ୍ଚ ପାଞ୍ଚନ୍ତି ଗୋବିନ୍ଦ।।
୬) ନିଜେ ଯେମିତି ବ୍ୟବହାର ଅନ୍ୟ ପ୍ରତି କରିବ ତମକୁ ଅନ୍ୟ କେହି ସେମିତି ବ୍ୟବହାର କରିବ। ତମେ ଭଲ ଖୋଜିଲେ ଅନ୍ୟକୁ ଭଲ ଦେବ।
ପର ଦରବକୁ କେବେ ନବଢାଇବ ହାତ।
ପରର ମନରେ କେବେ ନଦେବା ଆଘାତ।।
୭) ଯେତିକି ଉପାର୍ଜନ କରିବା ତା'ର ୭୫ ଭାଗରେ ସବୁ ଖର୍ଚ୍ଚ କରିସାରି ବାକି ୨୫ ଭାଗ ସଞ୍ଚୟ କରିବ।
ହାତେ ମାପି ଚାଖଣ୍ଡେ ଚାଲେ।
ବହୁ ସମୟରେ ବିପଦ ତରେ।।
ବୁଦ୍ଧି ବିଚାରି କାମ କଲେ
ବିପଦ ନପଡଇ ଭଲେ।।
୮) ବିନା କାରଣରେ ବଦ ଖର୍ଚ୍ଚ ବା ଧାର ଉଧାର ନକରିବା।
କୌଣସି ଲୋକର ରୋଜଗାର କ୍ଷମତା ନଜାଣି ତାକୁ ପୁଳାଇ ଟଙ୍କା ଧାର ଦେବା। କିମ୍ବା ଅଚିହ୍ନା ଲୋକଙ୍କୁ ଭରଷା କରିବା। ଅଜଣା ମେସେଜ ଓ ଫୋନ୍ କଲ୍ ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍ ପିନ୍ ଇତ୍ୟାଦି ମୁର୍ଖତାର ସହ ବାଣ୍ଟିବା। ଦୁନିଆରେ କେହି ନିଜର ନୁହଁ କାହା ମୁହଁ ଦେଖି ଟଙ୍କା ସାହାଯ୍ୟ ଦେବ ନା ବିନା କାରଣରେ ତମ ମୁହଁ ଦେଖି କିଏ ଟଙ୍କା ସାହାଯ୍ୟ ଦେବ। ଭୁଲର ଶିକାର ହେବ ନାହିଁ ଅଜଣା ଲୋକ ଠାରୁ ଦୁରେଇ ରହିବ ବା ଅପରିଚିତ ସହ ବନ୍ଧୁତା କରିବ ନାହିଁ।
କଥାରେ ଅଛି ସାଧୁ ସାବଧାନ। ଯିଏ ସାଧୁ ସିଏ ଆଗେ ସାବଧାନ ହେବା ଆବଶ୍ୟକ।
ବିନା ଦରକାରେ କରି ଖର୍ଚ୍ଚ
ଦରକାର ବେଳେ ହୁଏ ହଟ୍ଟ
ଅକାରଣେ ଖୋଲି ତୁଣ୍ଡ
ହୁଅଇ ସେ ପଥ ଭ୍ରଷ୍ଟ।।
ବୁଦ୍ଧି ନଦିଶଇ ଘରକୁ।
କହି ଦେଉଥାଏ ପରକୁ।।
ଏହି ସବୁ ଅଭ୍ୟାସ ଠାରୁ ଦୁରେଇ ରୁହ।
୯) କୌଣସି ପରିସ୍ଥିତିରେ ନିଜର ସ୍ଥିତି ବା ନିଜକୁ କେବେ ବି କାହା ସହ ତୁଳନା ନକରିବା।
ନିଜକୁ ତୃଣ ଠାରୁ ଛୋଟ ଭାବ ଯେ ଅଭିମାନ ଚାଲି ଯାଉ। କିନ୍ତୁ ଅନ୍ୟ ସହ ତୁଳନା କରି କେବେ ହତାଶା ହେବା ବା ଅହଂକାର ଦେଖେଇ ଗର୍ବ କରିବା ଉଚିତ ନୁହେଁ।
୧୦) ପର ଚର୍ଚ୍ଚା କିମ୍ବା ପର ନିନ୍ଦା ବିଲକୁଲ ନକରିବା। ପର ଚର୍ଚ୍ଚା କିମ୍ବା ପର ନିନ୍ଦା ଆତ୍ମହତ୍ୟା ଠାରୁ ମହାପାପ।
ଖରାପ ଚିନ୍ତା ମନକୁ ଆସିଲେ ନାମ କର।
ବାବା କହୁନ୍ତି..
ନାମ ଅଟଇ ମହାବଳ।
ସେ ବଳେ ଜିଣ ଭୂମଣ୍ଡଳ।।
ହାତେ କାମ
ମୁଖେ ନାମ
ଆତ୍ମା ସେବା।।
୧୧) ବାବା ବାୟାଙ୍କ ଉପରେ ବା ନିଜେ ମାନୁଥିବା ଠାକୁରଙ୍କ ଉପରେ ସଂପୂର୍ଣ୍ଣ ଭରଷା ରଖିବା। ସବୁ ପରିସ୍ଥିତିର ସୃଷ୍ଟିକର୍ତ୍ତା ଭଗବାନ ଓ ସବୁ ପରିସ୍ଥିତିର ସମାଧାନ କାରି ଭଗବାନ।
କେତେ ବିପତ୍ତି ନପଡିଲା। ଏକା କୃଷ୍ଣ ଥିବାରୁ କିଛି ନବାଧିଲା।।
ତେଣୁ କୌଣସି ପରିସ୍ଥିତିରେ ଅଧୈର୍ଯ୍ୟ ନହେବା। ମନରେ ସାହସ ରଖି ଚେଷ୍ଟା କରିବା ଓ ବିଫଳ ହେବା ଏହା ଜୀବର ପ୍ରବୃତ୍ତି। ସଫଳତା ଓ ପରସ୍ପର ତିଷ୍ଠିବା ପ୍ରକୃତିର ଧର୍ମ।
୧୨) ଯେତେବେଳେ ଅଶାନ୍ତି ମନ ଭିତରେ ଆସିବ ତୁରନ୍ତ ନିଶ୍ଵାସ ବନ୍ଦ କରି ମନେ ମନେ ଭାବିବ ତମେ କିଏ ବୋଲି ନିଜକୁ ପ୍ରଶ୍ନ କରିବ। ତମର ଏ ସୃଷ୍ଟିରେ ଜନ୍ମ ହେବାର କାରଣ କ'ଣ? ଏତେ କଥା କେଉଁଠୁ ଆସୁଛି ଓ ଅନ୍ତର ଭିତରେ କିଏ ଅଛି କାହା ପାଇଁ ଏତେ କଥା ଆସୁଛି। ସେ “ମୁଁ” ଜଣକ କିଏ? “ମୁଁ” କ'ଣ ପାଇଁ “ମୁଁ” କୁ ଚିନ୍ତା କରୁଛି? “ମୁଁ” କ'ଣ ପାଇଁ “ମୁଁ” ପ୍ରତି ଏତେ ଅସୁବିଧା ସୃଷ୍ଟି କରୁଛି। ତା'ପରେ ଧିରେ ଧିରେ ମନ ନିରବ ହେଇଯିବ।
୧୩) ପରେ ମନ ଶାନ୍ତ ହେଲେ ବିଭିନ୍ନ ସ୍ବରରେ କୀର୍ତ୍ତନ କରିବ। ବିଭିନ୍ନ ଭଜନ ମନ ରଖି ଗାଇବ ମନ ଶାନ୍ତି ହେଇଯିବ। ବାବା ନାମ ଓ ଭାଗବତକୁ ବହୁତ ଭଲ ପାଆନ୍ତି ତେଣୁ ସକାଳେ ସଂଧ୍ୟାରେ ନାମ କରିବ। ଭାଗବତ ପଢିବ। ଭଜନ ଗାଇବ।
୧୪) ବାହାରେ ରହି ଦି ପଇସା ନିଜ ଓ ଘର ଲୋକଙ୍କ ପାଇଁ ରୋଜଗାର କରୁଛ। ତେଣୁ ତାଙ୍କ ସହ ଭଲରେ ଦିପଦ କଥା ହେବ। ବାଯେ ଗପ ଆଡୁସାଡୁ କଥା ହେବ ନାହିଁ। ନିଜର ଯେତେ ଅସୁବିଧା ହେଉ ଭଲ ମନରେ ଦୁଃଖ ଓ ସୁଖ ବାଣ୍ଟିବ। ସମସ୍ତେ ଯେଝା ଦୁଃଖେ ସୁଖେ ଅଛନ୍ତି। ସବୁବେଳେ ନିଜ ଆଶାକୁ କମ୍ ଗୁରୁତ୍ବ ଦେବ। କାମନାର ବିନାଶରେ ଦୁଃଖର ବିନାଶ।
ବୈକୁଣ୍ଠ ସମାନ ଅଟେ ସେହି ଘର।
ପରସ୍ପର ଯହିଁ ଥାଏ ସ୍ନେହ ନିରନ୍ତର।।
୧୫) ସମସ୍ତଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ସହ କଥାବାର୍ତ୍ତା କରିବ। ସମସ୍ତଙ୍କ ପ୍ରତି ଦୟା ଓ କ୍ଷମାକୁ ଗୁରୁତ୍ବ ଦେଇ ବାକି କଥା ଭୁଲିଯିବା।
କହିବ ମଧୁର ବଚନ। କହି ତୋଷିବ ଜନ ମନ।।
କଥା ବାର୍ତ୍ତା, ଚାଲି ଚଳନ, ବେଶ ଭୂଷା ଏକ ବିଜ୍ଞ ମଣିଷର ମାପ କାଠି।
୧୬) ନିଜର ସୁରକ୍ଷା ପ୍ରତି ଧ୍ୟାନ। ସହର ଏବେ ଧୂଳି ଧୂସରରେ ପରିପୂର୍ଣ୍ଣ ବାହାରେ ରହିଲେ କିଛି କଥା ଅବଶ୍ୟ ଶିଖିବା। କୌଣସି ପରିସ୍ଥିତିରେ କାହା ସହ କଳି ଝଗଡ଼ା ନକରିବା। ବିଭିନ୍ନ ରୋଗରୁ ଦୁରେଇ ରହିବା ପାଇଁ ଭଲ ପାଣି ଓ ଗରମ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବ। ଭଲ ସେଲୁନ ଯାଇ ଚୁଟି କାଟିବ। ମୁହଁରେ ମାସ୍କ ଦେବ। ମଶା ମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା। ଏବେ ସକାଳେ, ଖରାବେଳେ ଓ ସଂଧ୍ୟାରେ ମଶା କାମୁଡ଼ିଲେ ଡେଙ୍ଗୁ ଆଦି ଜର ହେଉଛି। ଖୁବ୍ ହୁସିଆରରେ ରାସ୍ତା ରେ ଗାଡି ଚଲେଇବା କିମ୍ବା ବସ୍ ଟ୍ରେନରେ ଗଲେ ନିଜ ପକେଟ୍ ବ୍ୟାଗ ଆଦି ନଜର ରଖିବା।
୧୭) ଭଲ ଖାଦ୍ୟ ଖାଇବ। ପ୍ରଥମେ ନିଜ ସ୍ଵାସ୍ଥ୍ୟ ତା'ପରେ ଯେଉଁ କଥା। ଅସୁବିଧା ଅଛି ରାତି ଅନିଦ୍ରା ହେବାକୁ ପଡ଼ିବ କିନ୍ତୁ ୨ ଦିନ ରାତି ଅନିଦ୍ରା ହେଲାପରେ ଆଖି ପଡ଼ିଯିବ ଓ ନିଦ ହେଇଯିବ ସେ ଯେତେ ନିଜର ଲୋକ ମେଡିକାଲ ବେଡ଼ରେ ପଡ଼ିଥିଲେ ବି।
୧୮) କାମରୁ ଛୁଟି ନେଇ ଭଲ ଭଲ ଯାଗା ବୁଲା ବୁଲି କରିବ। ତୀର୍ଥ ସ୍ଥଳ ଆଦି ଭ୍ରମଣ କରିବା। ମନ ଯେତେ ଭଲ ଓ ଖାଲି ରହିବ ସେତେ ଭଲ କାମ କରିବ ଓ ନୂଆ ନୂଆ କଥା ମନକୁ ଆସିବ ଓ ଶିଖିବ। ଭଲ ପରିବେଶ ଭଲ ମନ ସୃଷ୍ଟି କରେ। ଭଲ ଖାଦ୍ୟ ଭଲ ଶକ୍ତି ଉତ୍ପନ୍ନ କରେ।
ଯାହା ଖାଇଯିବ ପେଟକୁ।
ଯାହା ଦେଇଯିବ ବାଟକୁ।।
୧୯) ସକାଳେ କିମ୍ବା ସଂଧ୍ୟାରେ ଯୋଗ କିମ୍ବା ବ୍ୟାୟାମ ନିଶ୍ଚୟ କରିବ। ନିରୋଗି ପାଇଁ ନିଜେ ସଫା ସୁତୁରା ଓ ପରିଷ୍କାର ରହିବ।
୨୦) ଭଲ ନିଦ୍ରା ଶରୀରକୁ ସତେଜ ରଖେ। ତେଣୁ ଚିନ୍ତା ମୁକ୍ତ ହେଇ ୬ ରୁ ୮ ଘଣ୍ଟା ଶୋଇବ। କିଛି କାମ ନଥିଲେ ଶୋଇବ। ଭାରି ଖାଦ୍ୟ ଖାଇଲେ କାମ କରିବ, ବ୍ୟାୟାମ କରିବ ଓ ଶୋଇବ।
୨୧) ନିଶା ଓ ଧୂମପାନ ଠାରୁ ଦୁରେଇ ରୁହ।
ପାନ ବିଡ଼ି ନୁହେଁ ଛୋଟିଆ ନିଶା।
ଜଣା ପଡ଼େ ନାହିଁ ଟାଣେ ପଇସା।।
ତେଣୁ ସଂସ୍କାରୀ ହେବାକୁ ହେଲେ ଖରାପ ଗୁଣ ଠାରୁ ଦୁରେଇ ରହିବ। ଖରାପ ଗୁଣ ଠାରୁ ଦୁରେଇ ରହିଲେ ସମାଜରେ ସମସ୍ତଙ୍କ ପ୍ରତି ସମ୍ମାନ ଭାବ ହୃଦୟରେ ଜାତ ହେବ। ସମ୍ମାନ ଭାବ ଜାତହେଲେ ଗୁରୁଜନ, ମା, ଭଉଣୀ, ସ୍ତ୍ରୀ, ମହିଳା ଓ କୁନି ପିଲାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ବଢ଼ିବ। ଏବଂ ଏହି ସଂସ୍କାର ଭାବ ଜାଗ୍ରତ ହେଲେ ସମାଜ ଓ ପରିବାର ଆପଣାଛାଏଁ ସଂସ୍କାରୀ ହେଇଯିବ।
୨୨) ଜୀବନରେ ସାଧୁ ସଙ୍ଗ ବା ସୁସୁଙ୍ଗ ହେଉଛି ଶିଖିବାର ଏକମାତ୍ର ରାସ୍ତା ଓ ଜୀବନକୁ ଶରସ ସୁନ୍ଦର ଗଢିତୋଳିବାର ମାଧ୍ୟମ।
ଏ ଜୀବ ସାଧୁ ସଙ୍ଗ ବିନୁ।
ଲଭି ନପାରେ ମୋର ତନୁ।।
ମୁଁ ଯାହାକୁ ହୁଅଇ ସଦୟ।
ଜ୍ଞାନ ତା ହୃଦରୁ ଉଦୟ।।
ସୁସଙ୍ଗେ ସାଧୁ ସଙ୍ଗ ପାଇ।
କୁସଙ୍ଗେ ଅସାଧୁ ମିଳଇ।।
ହୀନ ସଙ୍ଗତେ ହୀନ ମତି।
ହସି କହନ୍ତି ଯଦୁପତି।।
ଇନ୍ଦ୍ର ପଦକୁ ଇଛା ନାହିଁ।
ନରକେ ପଡ଼ିବ ସେ କାହିଁ।।
ସ୍ଵର୍ଗପଦକୁ ନାହିଁ ବାଞ୍ଛା।
ନକରେ ଇନ୍ଦ୍ର ପଦେ ଇଛା।।
୨୩) ଜଗତମୟ ଗୁରୁ, ଗୁରୁମୟ ଜଗତ। ତେଣୁ ଅଭିମାନ ଛାଡ଼। ଭଲ ମଣିଷ ହୁଅ। ଏ ଜୀବନରେ ଯେତେ ଭଲ କଥା ଶିଖିବା ସେତେ ସଂସ୍କାରୀ ହେବ। ନିଜେ ସଂସ୍କାରୀ ହେଲେ ପରିବାର ସଂସ୍କାରୀ ହେବ।
୨୪) ଇଶ୍ଵର ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ। ଏ ସୃଷ୍ଟି ନିଜେ, ଘର ଲୋକ ଓ ପର ଲୋକ ସବୁ ତାଙ୍କର। ତେଣୁ ଭଗବାନ ଓ ବାବାଙ୍କ ପ୍ରତି ସମର୍ପଣ ମନୋଭାବ ରଖ। ସବୁ ସେ କରୁଛନ୍ତି ତାଙ୍କୁ କୁହ ତମ କଥା ବୁଝୀବେ। ଯାହା ହେଉଛି ସବୁ ଭଲ ହେଉଛି ଭାବି ଆରାମରେ ଶୋଇବ। ଘରୁ ବାହାରକୁ ଗଲେ ତାଙ୍କୁ ଜଣେଇବି ଯାଓ, କାମରେ ଥିଲାବେଳେ, ଚାଲିଲା ବେଳେ କି ଗାଡ଼ି ଚଲେଇଲା ବେଳେ ସବୁ ବେଳେ ପାଟିରେ ନାମ କର ବାବା ନାମକୁ ବହୁତ ଭଲ ପାଆନ୍ତି ଏବଂ ସବୁ କାମସାରି ଘରକୁ ଫେରିଲେ ତାଙ୍କୁ ଜଣାଅ ଯେ ତାଙ୍କ କୃପାରୁ ସବୁ ଭଲରେ ହେଲା ଯାହା ଅସୁବିଧା ହେଲା ତାଙ୍କ କୃପାରୁ ଛୋଟ ଅସୁବିଧା ହେଲା। ବାବାଙ୍କ ପ୍ରତି ଏହିଭଳି ସମର୍ପଣ ଭାବ ସବୁବେଳେ ରଖ।
Saturday, June 25, 2022
ସମାଜ ଓ ପରିବାରରେ ନିଜର ଗୁରୁତ୍ବ, ନିଜର ଓ ନିଜ ସୃଷ୍ଟିର ମୂଲ୍ୟବୋଧକୁ ଭଲ ପାଇ ଏକ ଆଦର୍ଶପୁର୍ଣ୍ଣ ଓ ଆନନ୍ଦମୟ ଜୀବନ ବଞ୍ଚିବା।
ନିଜକୁ କେମିତି ଭଲ ପାଇବା? ଆଗେ ନିଜକୁ ଭଲ ପାଇ ଶିଖିଲେ ତ ପରେ ଇଶ୍ଵରଙ୍କ ସୃଷ୍ଟିର ତମେ ଜଣେ ଶ୍ରେଷ୍ଠ ସୃଷ୍ଟି ବୋଲି ଅନୁଭବ କରିପାରିବ ବା ନିଜକୁ ନେଇ ଗର୍ବିତ ହେଇପାରିବ। ଭଗବାନଙ୍କ ସୃଷ୍ଟିରେ ହତାଶା ଭାବର ସ୍ଥାନ ନାହିଁ। ଅନବରତ ଚେଷ୍ଟା, ପ୍ରଗାଢ ବିଶ୍ୱାସ ଓ ଆନ୍ତରିକ ଚେଷ୍ଟା କେବେ ନିଷ୍ଫଳ ଯାଏନି। ଚେଷ୍ଟା କରିବା ବିଫଳ ହେବା ଏହାତ ଜୀବର ପ୍ରବୃତ୍ତି। ବିଫଳତା ପରେ ଯେ ସଫଳତା ଅଛି ଯେମିତି ଅନ୍ଧାର ପରେ ଆଲୋକ। ସେମିତି କ୍ରିୟା, ପ୍ରତିକ୍ରିୟା ଭଳି ସହନଶୀଳତା, ସଂଜମତା ଓ ଭଲପାଇବା ମଧ୍ୟ ଜୀବନରେ ଆବଶ୍ୟକ। ତେବେ ଯାଇ ଆମେ ଏ ସୃଷ୍ଟିରେ ତିଷ୍ଠି ପାରିବା।
୨) ନିଜର ସ୍ଵାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରୁହ ଓ ଯତ୍ନ ନିଅ କେବେ ବି ଶାରୀରିକ ବିଷାଦ ଓ ମାନସିକ ବିଷାଦ ପ୍ରତି ଅବହେଳା କରନାହିଁ। ସ୍ଵାସ୍ଥ୍ୟ ହିଁ ସମ୍ପଦ। ନିଜକୁ ଭଲ ପାଅ ଓ ନିଜେ ନିଜର ସ୍ବଭାବିକ ଶେଷ ପର୍ଯ୍ୟନ୍ତ ନିଜକୁ ଦୁଃଖ ସୁଖ କଡନେଉଟାଇ ଆଗେଇ ଚାଲ। ସବୁବେଳେ ନିଜକୁ ଖୁସି ରହିବା ପାଇଁ ରାସ୍ତା ଖୋଜ। ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ, ନମ୍ରତା, ଶୃଙ୍ଖଳା ସହ ଭଗବାନ, ଗୁରୁ ଗୁରୁଜନ ଓ ସମାଜର ବିଭିନ୍ନ ବ୍ୟକ୍ତି ଓ ଜୀବଜଗତ ପ୍ରତି ସମର୍ପଣ ଓ ସମ୍ମାନ ଭାବ ରଖ। ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ଵାସ୍ଥ୍ୟ, ସୁରକ୍ଷା ଆଦି ମୌଳିକ ବ୍ୟବସ୍ଥା ପ୍ରତି ସଚେତନ ରୁହ ଓ ଶାନ୍ତିରେ ବଞ୍ଚିବାକୁ ଅଭ୍ୟାସ କର ଦେଖିବ ଜୀବନ ଭଗବାନଙ୍କ ଆଶିର୍ବାଦରେ ଖୁବ୍ ଆନନ୍ଦମୟ ଓ ଶାନ୍ତିମୟ ହେବ। ପୂର୍ବରୁ ମାମୁଁ ଘରକୁ କେତେ ଯାଉଥିଲେ ଏବେ ଯାଉଛନ୍ତି କି? ମଠ, ମନ୍ଦିର କି ତୀର୍ଥ ସ୍ଥଳ କେତେ ଯାଉଛନ୍ତି? ଯୌଥ ପରିବାର ଦୁରେଇ ଯାଇ ଭାବ ଆଦାନ ପ୍ରଦାନ ଆଉ ହେଉଛି କି?
୩) ଅନେକ ସଂଘର୍ଷ କରି ଆଗକୁ ଆସି ସଫଳତା ପାଇଛ। ତେଣୁ ସେହି ସଫଳତାକୁ ଅନ୍ୟ ସଂଘର୍ଷ କରୁଥିବା ଲୋକଙ୍କ ସହ ବାଣ୍ଟ। ଗୋଟିଏ ଭଲ କାମ କରୁ କରୁ ଲୋଭ କରି ଆହୁରି ଆହୁରି ପୁଳାଇ କରିବି ବୋଲି ଭାବି ଉତ୍ତେଜିତ ହେବି ଓ ବାହାବା ପାଇଁ ପାଗଳ ହେବି ଏମିତି ଭାବ ନାହିଁ। ପାଗଳାମି କରିବାର ଥିଲା ଯଦି ତାହାହେଲେ ସଫଳତା ପଛରେ କାହିଁ ଦଉଡୁଥିଲ? ବର୍ଷକୁ କେତେ କାମ କରିବି, କେତେ ରୋଜଗାର କରିବି ଓ କେତେ ଖର୍ଚ୍ଚ କରିବି ସେହି ଯୋଜନା କରି ଆଗେଇ ଚାଲ। ସବୁବେଳେ ଯେତିକି ଆବଶ୍ୟକ ସେ ଆୟ କି ବ୍ୟୟ ହେଉ ଅବା ସୁଖ କି ଦୁଃଖ ହେଉ ହାତେ ମାପି ଚାଖଣ୍ଡେ ଚାଲ ହିସାବରେ କାମ ଓ ଯୋଜନା କର।
୪) ସତ୍ୟ କଷ୍ଟ ହେଲେ ବି ସତ୍ୟରେ ବଞ୍ଚ। ପୃଥିବୀର କୌଣସି ବାହ୍ୟ ନାସ୍ତିକ ଶକ୍ତି ତମକୁ କେବେ ହଇରାଣରେ ପକେଇବ ନାହିଁ। ସତ୍ୟ ରେ ସାଗ, ମୁଗ ଓ ପଖାଳ ଖାଇ ଖୁସିରେ ରୁହ। ପର କଥାରେ ରାଜା ହେଇ ରାତାରାତି ବଡ଼ ହେବାକୁ ଚେଷ୍ଟା କରନାହିଁ। ସଚ୍ଚୋଟ କର୍ମ ଯାରିରଖ ଓ ଉଜ୍ବଳମୟ ଭବିଷ୍ୟତ ପାଇଁ ଆଶାବାଦୀ ହୁଅ। ଆଶାବାଦୀ ଅର୍ଥ ବାସ୍ତବ ବାଦି ହୁଅ। ପ୍ରକୃତରେ ତମେ ଯାହା ଚିନ୍ତା କରୁଛ ତାହା ତୁମେ ନିଜର ବର୍ତ୍ତମାନ ସାମର୍ଥ୍ୟ ହିସାବରେ ହାସଲ କରିପାରିବ କି ନାହିଁ। ଜୀବନରେ କେବେ କାହାର ପରିସ୍ଥିତି ସହ ନିଜକୁ ଆଦୌ ତୁଳନା କର ନାହିଁ। ଭଗବାନ ଯେତେବେଳେ ଯେମିତି ରଖିଛନ୍ତି ଭଲରେ ରଖିଛନ୍ତି ଭାବି ତାଙ୍କ ଆଶିର୍ବାଦ ପ୍ରତି କୃତଜ୍ଞ ରୁହ। ନିଜେ ବିନମ୍ର ରୁହ। ତମେ କେବଳ ତମ ପାଇଁ ଆସିନାହିଁ। ଭଗବାନଙ୍କ ସୃଷ୍ଟିକୁ ଆସି ଆଗେ ତାଙ୍କ ସୃଷ୍ଟିକୁ ଭଲପାଅ ଭୁଲ ନାହିଁ ତମେ ମଧ୍ୟ ତାଙ୍କ ସୃଷ୍ଟି। ନିଜକୁ ଭଲ ପାଅ ନିଜେ ସାଉଁଟି ଥିବା ସଫଳତାକୁ ଭାବି ଆନନ୍ଦରେ ବଞ୍ଚ।
୫) ନିଜକୁ ଓ ନିଜର ଖୁସିକୁ ଚିହ୍ନି କେହି ତ୍ୟାଗ ନକଲେ ବି ନିଜେ ନିଜ ସାମର୍ଥ୍ୟ ହିସାବରେ ତ୍ୟାଗ ଓ ଖର୍ଚ୍ଚ କରି ଅନ୍ୟ ସହ ମଜା ଓ ଆନନ୍ଦ କର। ନିଜେ କିଛି ବି ହେଉ ସବୁବେଳେ କାମ କରିବାକୁ ଚେଷ୍ଟା କର। ଖାଲି କେବଳ ବସିରହିଲେ ନିଜ ମନ ସଇତାନର ଘର ସଦୃଶ ହେଇଯିବ। ଆଧ୍ୟାତ୍ମିକ ବାଦି ହୁଅ। ସଂଧ୍ୟା ଓ ସକାଳେ ନିରୋଳାରେ ବସି ତୁମେ କିଏ ଓ ତମ ଭିତରେ କିଏ ସେ ଯେ ଏତେ ଚିନ୍ତା କରୁଛି ଓ ଏତେ ଚିନ୍ତା କେଉଁଠୁ ଆସୁଛି? ଏହି ପ୍ରଶ୍ନ ପଚାରି ଭଗବାନଙ୍କୁ ପ୍ରାର୍ଥନା କର ଓ ନିଜକୁ ତାଙ୍କ ପାଦତଳେ ସମର୍ପଣ କରିଦିଅ।
୬) ପର ଚର୍ଚ୍ଚା ଓ ପର ନିନ୍ଦା ଭଳି କ୍ଷଣିକ କୃତ୍ରିମ ଆନନ୍ଦ ଦେଉଥିବା ସବୁ ମାଧ୍ୟମ ବ୍ୟକ୍ତି ଓ ସାମାଜିକ ଗଣମାଧ୍ୟମ ଠାରୁ ଦୁରେଇ ରୁହ। ସବୁ ପ୍ରକାର ଦ୍ଵନ୍ଦ ପରିବେଶ ଠାରୁ ଦୁରେଇ ରୁହ। ନିଜେ ବଡ ତେଣୁ ନିଜର ବଡ଼ ପଣ ଓ ଆନନ୍ଦ ପାଇଁ ଅନ୍ୟ ବଡ଼ ଦ୍ଵନ୍ଦକାରିଙ୍କ ଠାରୁ ଦୁରେଇ ରୁହ ବେଳ ପଡ଼ିଲେ ଭୁଲ ନଥିଲେ ବି ଭୁଲ ମାଗି ଭୁଲି ଯାଅ ଓ ନିଜର ଖୁସି ପାଇଁ ଶାନ୍ତିରେ ରୁହ। ଠିକ୍ ସଙ୍ଗ ବାଛି ଦୁଃଖ ଓ ସୁଖ ବାଣ୍ଟ ଓ ଆନନ୍ଦରେ ବଞ୍ଚ। ଦୁନିଆ ଭଗବାନଙ୍କ ପ୍ରତ୍ୟକ୍ଷ ନିର୍ଦେଶନାରେ ଚାଲିଛି ଯଦି ଏହି ଭାବନା ତମ ମନରେ ସର୍ବଦା ଜାଗ୍ରତ ହୁଏ ଓ ଜଣେ ସାଧାରଣ ମଣିଷ ଜନ୍ମ ପାଇଥିବାରୁ ଭଗବାନଙ୍କ ସଚରାଚର ସୃଷ୍ଟି ପାଇଁ ତମେ ସମ୍ବେଦନଶୀଳ ଓ ଏହାର ସୁରକ୍ଷାପାଇଁ ତମେ ସର୍ବଦା ଜାଗ୍ରତ ତେବେ ଭଗବାନ ସବୁବେଳେ ତମପ୍ରତି ଅଯାଚିତ କୃପା ଅଜାଡ଼ି ଦେବେ।
“Be a good human, everything else will follow naturally”, as always Namacharya Baya Baba says.
Subscribe to:
Comments (Atom)
[Part 2] Who should have legitimate land title rights? Is it Association under Apartment Ownership Act or Builder/Developer?
*In other words,* Firstly who should pay the property tax when the land title isn't changed to association name? First need to check wh...
-
We give tax when we buy any goods or services. We give tax when we earn salary. We give tax for our land upon which we stay and do cul...
-
Dear Papa, You wouldn’t be happy about me being a Software Engineer not an IAS officer. You had a dream to see me as an honest IAS offic...
-
A full (M)ajorit Govt, A strong 1.3 million (M)ilitary men with (M)ood of the nation by a leader named (M)odi should achieve (M)ission P...